Posts

Showing posts from July, 2025

ରାଜ୍ୟର ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ

 ବିଗତ ଦିନ ମାନଙ୍କରେ ଓଡ଼ିଶା ରାଜ୍ୟର ଇତିହାସ କଥା ଯଦି ଆଲୋଚନା କରିବା, ଦେଖିବାକୁ ମିଳିବ ଓଡ଼ିଶା ଏକ ଶାନ୍ତିପ୍ରିୟ, ଭାଇଚାରା ତଥା ସଂସ୍କୃତିପୂର୍ଣ୍ଣ ରାଜ୍ୟ ଅଟେ। ଓଡ଼ିଆ ଲୋକମାନେ ବହୁ ସରଳ ଅଟନ୍ତି। ମୁଁ ଜଣେ ସଚେତନ ନାଗରିକ ହିସାବରେ ମୋର ବ୍ୟକ୍ତିଗତ ମତ ରାଜ୍ୟରେ ଆଉ ଶାନ୍ତିଶୃଙ୍ଖଳ ଓ ନିୟମକାନୁନ ଶବ୍ଦର ବାସ୍ତବିକ ଅର୍ଥ ବୋଧ ହୁଅ ହଜି ଗଲାଣି। ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ପ୍ରତ୍ୟେକ ଦିନ ବିଭିନ୍ନ ଘଟଣା ଦେଖିବାକୁ ମିଳୁଛ, ଯଥା ଦୂର୍ଷ୍କର୍ମ, ହତ୍ୟା, ଚୋରି, ଡକାୟତି ଏବଂ ଯୌନ ନିର୍ଯାତନା ଭଳି ଘୃଣ୍ୟ କାମ ଘଟୁଛି। ବାରମ୍ବାର ଏଭଳି ଘଟଣା ହେଉଛି କିନ୍ତୁ ସରକାର ଏବଂ ନିୟମକାନୁନ୍ କୁ କାହାରି ଖାତିର ନାହିଁ। ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କୌଣସି ଘଟଣା ଘଟିଲା ବେଳକୁ ସରକାରୀ ସ୍ତରରେ ନୋଟିସ ବାହାରି ଯାଉଛି ଯେ, ଏକ ଟିମ୍ ଗଠନ କରାଯାଇଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ, ଦୋଷୀକୁ କଠୋର ଦଣ୍ଡ ଦିଆଯିବ। କିଛି ଦିନ ବିତିଗଲା ଫାଇଲ ରେ ଉଇ ଖାଇଯାଉଛି ଏବଂ ରାଜ୍ୟର ଲୋକମାନେ ଅନ୍ୟ କୌଣସି ଘଟଣାରେ ବ୍ୟସ୍ତ ରହିଯାଉଛନ୍ତି। ଏହାକୁ ଦେଖିଲେ ଆମକୁ ନିଜେ ପ୍ରଶ୍ନ କରିବାକୁ ପଡୁଛି! ଓଡ଼ିଶା ଭଳି ରାଜ୍ୟରେ ଆମେ ସୁରକ୍ଷିତ ତ? ଆମ ମା, ଭଉଣୀ ମାନେ ସୁରକ୍ଷିତ ଭାବେ ବାହାରକୁ ଯାଇପାରିବେ ତ? ସରକାର ଏବଂ ପୋଲିସ ଆମକୁ ସୁରକ୍ଷା ଦେବାରେ ସଫଳ ହେବେ ତ? ବିନ...