ଓଡିଆ ଭାଷା

 ଓଡ଼ିଶାରେ ଅନେକ ଜନଜାତିଙ୍କ ଭାଷା ରହିଛି, ଯେଉଁ ଭାଷାଗୁଡ଼ିକ ଲୋପ ପାଇବାକୁ ବସିଲାଣି କିମ୍ବା ଦ୍ରୁତ ଗତିରେ କମି କମି ଆସୁଛି। ତଥ୍ୟ କହୁଛି ସାରା ବିଶ୍ୱରେ ଭାଷାଗୁଡ଼ିକ ହଜି ହଜି ଯାଉଛି। ସବୁଠାରୁ ବଡ଼ କଥା ହେଲା, ଆଦିବାସୀଙ୍କ ବିକାଶ ପାଇଁ ଯେଉଁ ସରକାରୀ ଉନ୍ନୟନ ସଂସ୍ଥାଗୁଡ଼ିକ ରହିଛି, ସେହି ସଂସ୍ଥାଗୁଡ଼ିକ ଭାଷାକୁ ବଞ୍ଚେଇବା ପାଇଁ ବିଶେଷ ପଦକ୍ଷେପ ନେବା ନିମନ୍ତେ ତାଙ୍କର କାର୍ଯ୍ୟସୂଚୀରେ ନାହିଁ। ସରକାରଙ୍କ ନୀତି ରହିଛି ସମସ୍ତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା! ସରକାରଙ୍କ ତରଫରୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆର୍ଥିକ ସ୍ତରରେ ଏବଂ ଭାଗୀଦାରି ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରୟାସ କରୁଛନ୍ତି। କିନ୍ତୁ ଭାଷାର ଉନ୍ନତି, ଭାଷା ବଞ୍ଚତ୍ବା ପାଇଁ ବିଶେଷ କାର୍ଯ୍ୟକ୍ରମ ହେଉନାହିଁ। ଯଦି ହେଉଛି ତାହା ଫଳପ୍ରଦ ହେଉନାହିଁ। ଯଦିଓ ଭାଷାର ଭବିଷ୍ୟତକୁ ନେଇ ସଠିକ୍‌ ଭାବରେ ଗବେଷଣା ହୋଇପାରିଥାଆନ୍ତା, ତେବେ ଏହାର ପ୍ରଭାବ ଭଲ ପଡ଼ିଥାଆନ୍ତା।


ଭାଷା-ଭାଷୀ ସଂଖ୍ୟା ଓ ଐତିହ୍ୟ ଥାଇ ମଧ୍ୟ ଭାଷାସବୁ ସୁରକ୍ଷିତ ନୁହନ୍ତି। ଭାଷାର ଜୀବନ ଶକ୍ତି ରହିଛି, ଭାଷାଭାଷୀଙ୍କର ଭାଷା-ପ୍ରାଣ, ମାନସିକତା ଓ ଭାଷା ପ୍ରତି ପ୍ରତିବଦ୍ଧତାରେ ପ୍ରତିଫଳିତ ହୁଏ। ଆତ୍ମ-ପରିଚୟ ନିଜର ଭାଷା ହିଁ ଦେଇଥାଏ। ଓଡ଼ିଶାରେ ଭାଷାର ବିବିଧତା ଯାହା ରହିଛି, ତାହାକୁ ଆମକୁ ସମୃଦ୍ଧିର ପ୍ରତୀକ ଭାବରେ ଗ୍ରହଣ କରିବାକୁ ପଡ଼ିବ। ଗୋଟଏ ଶ୍ରେଣୀଗୃହରେ ଯଦି ତିନି ଚାରି ପ୍ରକାର ଭାଷାଭାଷୀ ଶିଶୁ ଅଛନ୍ତି, ତାହାହେଲେ ଶିକ୍ଷକ ନିଜକୁ ଭାଗ୍ୟବାନ ମନେ କରି ଏହିମାନଙ୍କୁ ବହୁଭାଷୀୟ ଶିକ୍ଷାଦାନ କିପରି ହୋଇପାରିବ, ସେଥିନିମନ୍ତେ ନିଜେ ପ୍ରୟୋଗ କରି ପର୍ଯ୍ୟବେକ୍ଷଣ କରିବାକୁ ପଡ଼ିବ। ଭାଷାକୁ ବଞ୍ଚେଇବା ପାଇଁ ଗୋଷ୍ଠୀ ସ୍ତରରେ ପ୍ରୟାସ କରିବାକୁ ପଡ଼ିବ। ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ନେବାକୁ ପଡ଼ିବ।

Comments

Popular posts from this blog

ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ଅଭିବୃଦ୍ଧି ଓ ସରକାରଙ୍କ ଅବହେଳା!

ଆଜିର ସମୟରେ, ପୁରୁଣା ପ୍ରଥା!