ଆଜିର ସମୟରେ, ପୁରୁଣା ପ୍ରଥା!

 ମୋର ଜଣେ ବନ୍ଧୁଙ୍କ ସହ କଥା ହେଉଥିଲି, ମୋର ସେ ବନ୍ଧୁଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏମିତି କଥା ହେଉ ହେଉ ଗଞ୍ଜାମ ଜିଲ୍ଲାର ଗାଁ ବିଷୟରେ କୋହୁଥିଲେ। ମୋର ମଧ୍ୟ ପୁରୁଣା ପ୍ରଥା ଓ କଥା ଶୁଣିବା ପାଇଁ ଇଚ୍ଛା ଥିଲା। ସେ ବନ୍ଧୁ ଜଣକ ଏମିତି କିଛି କଥା କହିଲେ ଯାହାକି ମୋତେ ଆଶ୍ଚର୍ଯ୍ୟ ଲାଗିଲା ଯେ, କଣ ଆଜି ବି ଏମିତି ପ୍ରଥା ଚାଲିଛି ବର୍ତ୍ତମାନର ସମୟରେ। ସେ ତାଙ୍କ ଗାଁର ଘଟଣା ବିଷୟରେ କହିଲେ। ଥରେ ତାଙ୍କ ଗାଁରେ ଏକ ଉଚ୍ଚ ଜାତିର ପୁଅ ଏକ ନିଚ୍ଛ ଜାତିର ଝିଆସହ ଲୁଚିକରି ପ୍ରେମ ବିବାହ କରିଥିଲା। ଗାଁରେ ଲୋକମାନଙ୍କ ଭିତରେ କଥାବାର୍ତ୍ତା ଜୋର୍ ଧରିଲା। ଗାଁର ମୁଖିଆଙ୍କ କାନରେ ଏହି କଥା ପଡ଼ିଲା। ଗାଁର ମୁଖିଆ ସଙ୍ଗେ ସଙ୍ଗେ ଏକ ଦେଶ ଡାକିଲେ ( ଅର୍ଥ ଗ୍ରାମସଭା) ଦୁଇ ପରିବାର ଦେଶରେ ଉପସ୍ଥିତ ହେଲେ, ଶେଷରେ ଦେଶରେ ଫୈସାଲା ହେଲା ଯେ, ଗାଁର ପ୍ରଥା ଓ ନିୟମକୁ ଏବଂ ମାନସମ୍ମାନ କୁ ଭାଙ୍ଗିଥିବା ରୁ, ସେହି ଦୁଇ ପରିବାରକୁ ଏକ ଘରୀଆ ( ବାସନ୍ଦ) କରି ଦିଆଯିବ। ଅର୍ଥ ପାଣି, ନିଆଁ ଏବଂ ଲୁଣ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସମସ୍ତ ମୌଳିକ ସୁବିଧାରୁ ନିବୃତ ରଖାଯିବ ଏବଂ ମଧ୍ୟ ସେହି ପରିବାର ସହ ଗାଁର କୌଣସି ଲୋକ କଥାବାର୍ତ୍ତା ମଧ୍ୟ କରିବେ ନାହିଁ। ଦୁଇ ପରିବାରକୁ ୩ ଲକ୍ଷ ଟଙ୍କା ଦେଶକୁ (ଗ୍ରାମସଭା) କୁ ଜରିମାନା ଆକାରରେ ଦେବାକୁ କୁହାଗଲା। ଏମିତି ପ୍ରଥା କିଛି ନୂଆ ନୁହେଁ କିନ୍ତୁ ସମୟ ଅନୁସାରେ ଏହା ବଦଳି ଗଲାଣି, ବର୍ତ୍ତମାନ ସମୟରେ ଲୋକେ ଏହାକୁ ପଛରେ ପକାଇ ଆଗକୁ ବଢ଼ିଲେଣି କିନ୍ତୁ ଆଜି ବି ମଧ୍ୟ କିଛି ଅଞ୍ଚଳରେ ଏମିତି ପ୍ରଥା ଓ କଥା ଚାଲିଛି। ଏହା ମଧ୍ୟ ସତ ବିଗତ କିଛି ବର୍ଷ ପୂର୍ବରୁ ଏପରି ଦେଶ (ଗ୍ରାମସଭା) ବସୁଥିଲା। ଗାଁ ମାନଙ୍କରେ ଏକ ସ୍ଵତନ୍ତ୍ର ନିୟମ ଥିଲା, ଯାହାକି ସମ୍ପୂର୍ଣ୍ଣ ଗାଁ ମାନିବା ପାଇଁ ଏକ ପ୍ରଥା ମଧ୍ୟ ଥିଲା। ଆମେ ସେହି ସମୟର ସେହି ସବୁ ପ୍ରଥା ଏବଂ ନିୟମକୁ ଯଦି ବର୍ତ୍ତମାନ ସମୟ ସହିତ ତର୍ଜମା କରିବା। ଏହି ସିଦ୍ଧାନ୍ତ ରେ ପହଞ୍ଚିବା ଯେ, କିଛି ଟା ନିୟମ ଓ ପ୍ରଥା ଭୁଲ ଥିଲା ବର୍ତ୍ତମାନ ସମୟ ସହିତ ତୁଳନା କଲେ। କିନ୍ତୁ ଆଉ ଏକ ଭିନ୍ନ ନଜରରେ ଦେଖିଲେ ବିଗତ ଦିନରେ ଗାଁ ମାନଙ୍କରେ ଜଣେ ମୁଖିଆ ( ମୂରବୀ) ଥିଲେ। ଗାଁର ସମସ୍ତ ଘଟଣା ଗାଁରେ ସମାଧାନ ହେଉଥିଲା ବିନା କୌଣସି ପାଟି ତୁଣ୍ଡରେ, ଶେଷ ସିଦ୍ଧାନ୍ତ ହିଁ ଗାଁର ସମସ୍ତେ ଗ୍ରହଣ କରୁଥିଲେ। ଏକ ପ୍ରକାର ଶାନ୍ତି ଶୃଙ୍ଖଳା ସମସ୍ତେ ରକ୍ଷା କରୁଥିଲେ, ଗାଁରେ ସବୁ ସମୟରେ ସନ୍ତୁଳନ ବଜାୟ ରହୁଥିଲା ବର୍ତ୍ତମାନ ସମୟକୁ ତୁଳନା କଲେ। ଆଜିର ଗାଁ ଏବଂ ବିଗତ ଦିନର ଗାଁ ଭିତରେ ବହୁ ଭିନ୍ନତା ଆସିଯାଇଛି। ପ୍ରଥମତଃ ଗାଁ ମାନଙ୍କରେ ଆଉ ସେ, ଶାନ୍ତି ଶୃଙ୍ଖଳା ନାହିଁ, ବଡ଼ସାନ ର ଅର୍ଥ ଏକ ପ୍ରକାର ହଜି ଗଲାଣି ବୋଲି କହିଲେ କିଛି ଖରାପ ହେବନି। ମୂରବୀ ( ମୁଖିଆ) ବୋଲି ଏକ ଶବ୍ଦ ଆସ୍ତେ ଆସ୍ତେ ହଜିବାରେ ଲାଗିଲାଣି। ଆମେମାନେ କାହାରି କଥା ଶୁଣିବା ପାଇଁ କୌଣସି ମତେ ପ୍ରସ୍ତୁତ ନାହାନ୍ତି। ସବୁଠୁ ମୁଖ୍ୟ କଥା ଗାଁ ମାନଙ୍କରେ ସମସ୍ତ ଜାତିର ଲୋକମାନଙ୍କର ଏକ ମୌଳିକ ବୃତ୍ତି ଥିଲା ଯାହା, ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇ ଆସୁଥିଲା।ଏହା ସମ୍ପୂର୍ଣ୍ଣ ଭାବେ ଲିଭିଗଲାଣି। ବର୍ତ୍ତମାନ ସମୟରେ ମଧ୍ୟ ଆମର ଦୈନଦିନ ଜୀବନରେ ପୁରୁଣା କଥା ଓ ପ୍ରଥା ପ୍ରଚଳିତ ହେଉଛି। ଆମକୁ ପୁଣି ଥରେ ନିଜର ସ୍ଵତନ୍ତ୍ର ପରିଚୟ ପାଇବା ପାଇଁ, ଆମେ କିଛି ମାତ୍ରାରେ ପୁରୁଣା ପ୍ରଥା ଓ ପୁରୁଣା କଥାର ପୁନରାବୃତ୍ତି କରିବାର ଆବଶ୍ୟକତା ଅଛି।

Comments

Popular posts from this blog

ଓଡିଆ ଭାଷା

ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ଅଭିବୃଦ୍ଧି ଓ ସରକାରଙ୍କ ଅବହେଳା!