ଶୀତୁଆ ସକାଳର ପହିଲି ପ୍ରେମ!

ଶୀତ ସକାଳର ପହିଲି ଖରାରେ ନୀରବରେ ବସିଥିଲି, ଏମିତି ଭାବୁ ଭାବୁ ସେହି ପୁରୁଣା ଦିନର କଥା ଗୁଡ଼ା ମନେ ପଡିଗଲା। ଯେତେବେଳେ ମୁଁ ସ୍କୁଲରେ ପଢୁଥାଏ ଏହି ଶୀତରେ ଥୁରୁ ଥୂରୁ ହୋଇ ଉଠି ଚାଲି ଥାଏ ସ୍କୁଲକୁ। ପ୍ରଥମ ଦିନରେ ସେହି ସୁନ୍ଦର୍ ଚେହେରା ଆଉ ସେ ସୁନ୍ଦର୍ ଚେହେରା ଉପରେ ସକାଳର ସେ ହାଲକା ଖରାର ପ୍ରକୋପ ରେ ଆହୁରି ସୁନ୍ଦର ଦିଶୁ ଥାଏ। ହଟାତ ମୋର ଆଖି ସେହି ସୁନ୍ଦର୍ ଚେହେରା ଉପରେ ପଡ଼ିଗଲା ଆଉ ମୁଁ ସେଇଠୁ ମୋର ପ୍ରଥମ ପ୍ରେମର ପ୍ରଥମ ଅନୁଭୂତିକୁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି ମୋର ଏହି ଭୁଲା ମନ ଭିତରେ। ସେ ଦିନ ଥାଏ ଶନିବାର ଆଉ ସକାଳ ସ୍କୁଲ୍ ଯାଉଥାଏ ମୋର ସେ ଦୃଷ୍ଟ ସାଙ୍ଗ ମାନଙ୍କ ସହ ଗପି ଗପି ଯାଉଥିବା ସମୟରେ, ମୋ ମନର ପ୍ରଥମ ସୁନ୍ଦରୀ ସାଇକଲ ରେ ଆସୁଥାଏ, ଆଉ ମୁଁ ତାକୁ ଦେଖି କେତେ ଯେ, ଆଖି ଆଖିରେ କହିଦେଲି ଆଉ ହଁ ସେ ବି ମୋତେ ଦେଖି ମୁରୁକି ହସିଦେଲା ପଛକୁ ଅନାଇ। ସେଦିନ କ୍ଲାସ ରେ କେତେ ଯେ, ମୋତେ ମୋର ସେ ଦୃଷ୍ଟ ସାଙ୍ଗ ମାନେ ଥଟା କରିଛନ୍ତି, ମୋର ପ୍ରଥମ ପ୍ରେମର ପ୍ରେମିକାକୁ ନେଇ, ଆଜି ବି ସେହି କଥା ଭାବିଲେ ଭାରି ହସ ଲାଗେ। ଏମିତି ଅନେଇବା ଆଉ ଅନେଇ ଟିକେ ମୁରୁକି ହସିଦେବା କେତେ ଯେ, ମନକୁ ଆନନ୍ଦ ଦିଏ ସେଇଟା ମୁଁ ହିଁ ଖାଲି ଅନୁଭବ କରିଛି। ହେଲେ ସବୁଦିନ ଏମିତି କରୁ କରୁ ସବୁ କିଛି ବଦଳି ଗଲା ହେଲେ କେବେ, ମୁଁ ମୁଁହ ଖୋଲି କହିପାରିଲି ନାହିଁ, ଯେ ମୁଁ ତତେ ଭଲ ପାଉଛି ଯେବେଠୁ ତୋତେ ଦେଖିଛି ଶୀତ ଦିନର ପହିଲି ଖରାରେ ଯେବେ ତୋ ଉପରେ ମୋର ନଜର ଯାଇଛି, ମୁଁ ସେବେଠୁ ଖାଲି ତୋ ବିଷୟରେ ହିଁ ଭାବିବାରେ ବୁଡି ରହୁଛି। ଦିନ ଗଡିଲା ଆଉ ପାଠ ପଢା ବି ବଡି ବଡି ଚାଲିଲା ଆସ୍ତେ ଆସ୍ତେ ନିଜର ଭବିଷ୍ୟତକୁ ନେଇ ଚିନ୍ତା କରିବାକୁ ଲାଗିଲି, ସେହି ସମୟରେ ସ୍କୁଲ୍ ବି ବଦଳି ଗଲା। ସେ ପଳେଇଲା ଗୋଟେ ସ୍କୁଲ୍ କୁ ତାର ପାଠ ପଢ଼ିବା ପାଇଁ, ଆଉ ମୁଁ ପଳେଇଲି ଆଉ ଗୋଟେ ସ୍କୁଲ୍ କୁ ପଢ଼ିବା ପାଇଁ। ହେଲେ ମନରେ ସବୁବେଳେ ସେହି ଚେହେରା ମନେ ରହିଥାଏ, ମୁଁ ତ କେବେ ମୋ ଆଡୁ କହି ପାରିଲି ନାହିଁ ମୁଁହ ଖୋଲି ଯେ, ମୁଁ ତତେ ଭଲ ପାଏ। କେବେ ଦେଖା ହେଇଯାଆନ୍ତି କି, ଏଇ ଥର ମୁଁହ ଖୋଲି ସବୁ କଥା କହିଦିଅନ୍ତି। ବୋଧ ହୁଏ ଭଗବାନଙ୍କର ଲେଖା ଥିଲା କିଛି ଅଲଗା। ହତାଟ ଦିନେ ତାକୁ ଦେଖିଲି ସେ, କଲେଜ ଯାଉଥାଏ ମୋ ଆଖିରେ ତା ଆଖିକୁ ଅନେଇ ରହିଗଲି, ଭାବିଲି ଏତେ ବର୍ଷର ମୋର ତା ପ୍ରତି ଥିବା ଅକୁହା ଭଲ ପାଇବା ତାକୁ ଅଟକେଇ ଆଜି ସବୁ କହିଦେବି, ତା ପାଖକୁ ଗଲି ଆଉ ତା ସାଇକେଲ କୁ ଅଟକେଇ ସେହି ୮ବର୍ଷର ସେହି ପୁରୁଣା କଥାକୁ ଆଉ ଥରେ ମନେ ପକେଇ ମୋର ତା ପ୍ରତି ଥିବା ଭଲ ପାଇବାର ପ୍ରତିଟି ଅକ୍ଷର ତାର ସେ ଛଳ ଛଳ ଆଖିକୁ ଅନେଇ ସବୁ କହିଦେଇ ଗଲି। ହେଲେ ସେଦିନ ବୋଧ ହୁଏ ଥିଲା ମୋର ଶେଷ ଦେଖା ଆଉ ଶେଷ କଥା, ସେ ସବୁ ଶୁଣିଲା ପରେ ମୋ ମୁଁହକୁ ଚାହିଁ ମୁରୁକି ହସିଦେଇ ସାଇକେଲ ନେଇ ପଳେଇଲା। ଆଉ ମୁଁ ଆଜି ଏତେ ବର୍ଷରେ ପହଞ୍ଚି ଯାଇଛି, ତା ଭିତରେ ବହୁତ୍ କିଛି ବଦଳି ଯାଇଛି। କିନ୍ତୁ ମୋର ସେହି ଭଲ ପାଇବାର ପ୍ରଥମ ଅନୁଭୂତି ଆଉ ତା ପ୍ରତି ଥିବା ମୋର ଭଲ ପାଇବାର ଅକ୍ଷର ଗୁଡ଼ିକ ଆଜି ଯାଏ ମୋ ମନରୁ ଲିଭି ନାହିଁ। ଯେତେବଳେ ଏକାନ୍ତରେ ବସିଥାଏ , ସେହି ଶୀତୁଆ ସକାଳର ପହିଲି ଖରାର ପ୍ରଥମ ଚେହେରା କଥା ମାନେ ପଡ଼ିଯାଏ ଆଉ ମୁଁ ଟିକେ ହସିଦେଇ ନିଜର ମନକୁ ବୁଜେଇ ଦିଏ। ଆମର ଭଲ ପାଇବା ବୋଧ ହୁଏ ସେତିକି ଦିନ ଥିଲା। ଅଧା ରହିଥିବା ଅକୁହା ପ୍ରେମର ପ୍ରଥମ ଭଲ ପାଇବାର ସ୍ମୃତି ଆଉ ଅନୁଭୂତି ବହୁତ୍ ଅଲଗା ବେଳେ ବେଳେ ହସେଇ ଦିଏ ଆଉ ବେଳେ ବେଳେ କନ୍ଦେଇ ବି ଦିଏ। ଭଲ ପାଇବା କୁ ଅନୁଭବ କରିବାକୁ ହେଲେ ଦୁଇଟି ହୃଦୟର ଆବଶ୍ୟକ ନ ଥାଏ ଗୋଟିଏ ମନକୁ ନିଜେ ନିଜକୁ ପଚାରି ଯେ, ତୁ କେତେ ଭଲ ପାଉଥିଲୁ ସେ ଝିଅକୁ ଆଉ ଆଜି ଯାଏ ତାକୁ କହିପାରିଲୁ ନାହିଁ। କେତେ ଯେ, ଆନନ୍ଦ ଦିଏ ଆଉ କେତେ ଭାବନା ରାଇଜରେ ବୁଲେଇ ଆଣେ ମନର ଅନୁଭବ ହିଁ ଖାଲି କହିପାରିବ।

Comments

Popular posts from this blog

ଓଡିଆ ଭାଷା

ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ଅଭିବୃଦ୍ଧି ଓ ସରକାରଙ୍କ ଅବହେଳା!

ଆଜିର ସମୟରେ, ପୁରୁଣା ପ୍ରଥା!