ବଜାୟ ସଂଘର୍ଷର ବିଜୟ ମୁକୁଟ
ଆଜକୁ ପ୍ରାୟ ୨ ବର୍ଷ ତଳର କଥା, ମୁଁ ପ୍ରଥମ କରି ବ୍ରହ୍ମପୁର ସହର ରେଳଷ୍ଟେସନ ରେ ନୂଆ କରି ପାଦ ଥାପିଲି। ମତେ ବ୍ରହ୍ମପୁର ରେଳଷ୍ଟେସନ ନିକଟରୁ ପ୍ରାୟ ୪ କିଲୋମିଟର ଦୂରତାରେ ମୋର ଗନ୍ତବ୍ୟସ୍ଥଳ ଥିଲା। ଯେହେତୁ ନୂଆକରି ଯାଇଥାଏ ରେଳ ଷ୍ଟେସନ ସାମ୍ନାରେ ଅଟୋ ଷ୍ଟାଣ୍ଡ ଥାଏ ମୁଁ ସେଠାକୁ ଯାଇ ଅଟୋ ଚାଳକ ଭାଇ ମାନଙ୍କ ପାଖକୁ ଯାଇ ଉଚ୍ଚ ସ୍ଵରରେ ପଚାରିଲି ଭାଇ ଖୋଡ଼ାସିଂହ କୁ ଯିବେ ସେ ଉତ୍ତର ଦେଲେ ହଁ ଆଜ୍ଞା ଯିବୁ, ମୁଁ ପଚାରିଲି କେତେ ଟଙ୍କା ନେବେ ଉତ୍ତର ଆସିଲା ୩୦୦ ଟଙ୍କା। ମୁଁ କହିଲି ଆଜ୍ଞା ୪ କିଲୋମିଟର ରାସ୍ତାକୁ ଆପଣ ୩୦୦ ଟଙ୍କା ନେବେ, ସେ କହିଲେ ଯିବାର ଅଛି ଯଦି ଯାଅ ନହେଲେ ନାହିଁ। ମୁଁ ଏମିତି ୩ ରୁ ୪ ଜଣଙ୍କୁ ପଚାରିଲି କିନ୍ତୁ ବିଫଳ ହେଲି। କିଛି ସମୟ ପରେ ମୋ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା ମୋବାଇଲ୍ ରେ ଓଲା ଆପ୍ଲିକେସନ ଟି ବ୍ରହ୍ମପୁର ସହରରେ ବ୍ୟବହାର ହେଉଥାଏ। ମୁଁ ସେହି ଆପ୍ଲିକେସନ ବ୍ୟବହାର କରି ଓଲା ଗାଡ଼ି ଚାଲକ ବୁକ୍ କଲି କିଛି ସମୟ ପରେ ଜଣେ ତାଙ୍କ ଆଡୁ କଲ କଲେ କହିଲେ ଭାଇ କେଉଁଠି ଯିବ ମୁଁ ଉତ୍ତର ଦେଲି ଭାଇ ଖୋଡାସିଂ କୁ ଯିବି, ଓଲା ଆପ୍ଲିକେସନ ରେ ୪୦ ଟଙ୍କା ଦେଖଉଥାଏ। ସେ ଓଲା ଗାଡ଼ି ଚାଲକ ଭାଇ ଜଣକ ଆସିଲେ ମୁଁ ତାଙ୍କ ଗାଡ଼ିରେ ବସି ଆମେ ଚାଲିଲୁ ମୋର ଗନ୍ତବ୍ୟସ୍ଥଳ ଆଡ଼କୁ , କିଛି ବାଟ ଯାଇଥାଉ ମୁଁ ସେ ଭାଇଙ୍କୁ ପଚାରିଲି ଭାଇ ଆପଣଙ୍କ ନାଁ କଣ ସେ ଉତ୍ତର ଦେଲେ ବିଜୟ । ବିଜୟର ବୟସ ଖୁବ୍ କମ୍ ଥାଏ, ମୁଁ ଆଉ ଥରେ ପଚାରିଲି ଭାଇ କଣ କରନ୍ତି ଆପଣ ସେ କହିଲେ ମୁଁ ବର୍ତ୍ତମାନ ସରକାରୀ ଚାକିରି ପାଇଁ ପଢାପଢି କରୁଛି ଏବଂ ସମୟ ବାହାର କରି ନିଜ ଖର୍ଚ୍ଚ ବହନ କରିବା ପାଇଁ ଓଲା ଗାଡ଼ି ଚଳାଉଛି। ଏମିତି ଆମେ କଥା ହେଉଥାଉ, ସେ ତାଙ୍କ ଦୁଃଖ କଥା କହିଲେ ମୁଁ ଗୋଟେ ପରୀକ୍ଷା ଦେଇଥିଲି ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲି କିନ୍ତୁ ଆଜକୁ ୨ ବର୍ଷ ହୋଇଗଲାଣି ମୋର ପୋଷ୍ଟିଂ ହୋଇପାରୁନାହିଁ। ମୁଁ ଏହି କଥା ଶୁଣିଲା ପରେ ମୋତେ ମଧ୍ୟ କଷ୍ଟ ଅନୁଭବ ହେଲା, ମୁଁ ଆଉ କଣ ବା କରିପାରିବି ଶାନ୍ତନା ଦେବା ଛାଡ଼। ଏମିତି କଥା ହେଉ ହେଉ ମୁଁ ମୋର ଗନ୍ତବ୍ୟସ୍ଥଳ ରେ ପହଞ୍ଚିଗଲି। ମୁଁ ତାଙ୍କ ବ୍ୟବହାରରେ ଖୁସି ହୋଇ ଆଉ କିଛି ଟଙ୍କା ମିଶେଇ ଦେଉ ତାଙ୍କୁ ଦେଲି ସେ ମଧ୍ୟ ଖୁସି ହୋଇଗଲେ କହିଲେ ଆପଣ ଯେବେ ଆସିବ ମୋତେ କଲ କରିବେ ମୁଁ ଆପଣଙ୍କୁ ନେଇଯିବି।
ଏମିତି କିଛି ଦିନ ବିତିଗଲା କିଛି ମାସ ପରେ ମୁଁ ଘରୁ ବ୍ରହ୍ମପୁର କୁ ଆସୁଥାଏ ମୋର ମନେ ପଡିଗଲା ସେ ଭାଇ ଜଣଙ୍କ ମୋତେ କହିଥିଲେ ମୋତେ କଲ କଲେ ମୁଁ ଆସି ତୁମ କୁ ନେଇଯିବି। ମୁଁ ତାଙ୍କ ମୋବାଇଲ ନମ୍ବର ରଖିଥାଏ , ତାଙ୍କୁ କଲ କଲି ସେ ହତଟ ଜାଣିପାରିଲେ ନାହିଁ କିନ୍ତୁ ମୁଁ ମୋର ପରିଚୟ ଦେଲା ପରେ ଜାଣିପାରିଲେ କିଛି ସମୟ ମଧ୍ୟରେ ଆସି ମୋ ପାଖରେ ପହଞ୍ଚି ଗଲେ। ଆମେ ଏମିତି ପୁଣି କଥା ହେଇ ହେଇ ଯାଉଥିବା ସମୟରେ ତାଙ୍କୁ ମୁଁ ପଚାରିଲି ଏବେ କେଉଁ ସରକାରୀ ଚାକିରି ପାଇଁ ପଢା ପଢ଼ି ଚାଲିଛି ସେ କହିଲେ ହଁ ଇନ୍କମ ଟ୍ୟାକ୍ସ ଚାକିରି ପାଇଁ କୋଚିଙ୍ଗ ନେଉଛି ଆଉ ଏଇଟା ଚଳାଉଛି। ମୁଁ ମଧ୍ୟ ଖୁସି ହୋଇ କହିଲି ହଁ ଭାଇ ଏଇଥର ହେଇଯିବ ବ୍ୟସ୍ତ ହୁଅନ୍ତୁ ନାହିଁ।
ବୋହୁତ ମାସ ବିତିଗଲା ଏମିତି ମୁଁ ବସିଥାଏ ମୋବାଇଲ ଦେଖୁଥାଏ , ହତାଟ ୱାଟସପ ଉପରେ ନଜର ପଡିଲା ସେ ବିଜୟ ଭାଇ ନମ୍ବର ଉପରେ ଲେଖା ଥିଲା ଗର୍ମେଣ୍ଟ ଅଫ ଇଣ୍ଡିଆ। ମୁଁ ତାଙ୍କୁ ଖୁସି ହୋଇ କଲ କାଲି ସେ କଲ ଉଠାଉ ଉଠାଉ ମୁଁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି ସେ ଖୁସି ହୋଇ ମୋତେ ଧନ୍ୟବାଦ କଲେ। ମୁଁ କହିଲି ଭାଇ ଜାଣି ପାରୁଛନ୍ତି ସେ ଜାଣିପରିଲେଣି। ମୁଁ ପରିଚୟ ଦେବାରୁ ଜାଣି ସେ ଖୁସି ହୋଇ କହିଲେ ତୁମେ ମନେ ରଖିଛ ମୋତେ । କହିଲି ଭାଇ ଚାକିରି ହେଇଗଲା ସେ ଖୁସି ହୋଇ କହିଲେ ହଁ ହେଇଗଲା।
କାହାଣୀର ଯଥାର୍ଥ ହେଲା କି ଜଣେ ଯଦି ନିଷ୍ଠାପର ଭାବେ ପରିଶ୍ରମ କରୁଛି ତା ଲକ୍ଷ୍ୟସ୍ଥଳ ରେ ପହଞ୍ଚିବା ପାଇଁ ସେ କେବେ ବିଫଳ ହେବ ନାହିଁ । ଏହି କଥାଟି ବିଜୟ ପ୍ରମାଣିତ କରିଦେଲେ ଯେ ପରିଶ୍ରମ ଏବଂ ଦୃଢ଼ ମନବଳ ସବୁବେଳେ ସଫଳତା ଆଡ଼କୁ ଟାଣି ନେଇଥାଏ। ମୁଁ ବିଜୟ ଙ୍କ ଠୁ ଗୋଟେ କଥା ଶିଖିଲି ସେ ପରିଶ୍ରମ କରୁଥିଲେ ସତ ଗୋଟେ ଚାକିରି ପାଇଁ ପୋଷ୍ଟି ନ ହୋଇ ମଧ୍ୟ ୨ ବର୍ଷ କାଳ ନିଜର ମାନସିକତା କୁ ଦୁର୍ବଳ ନ କରି ଅପେକ୍ଷା କରି ନିଜର ଲକ୍ଷ୍ୟସ୍ଥଳ ପାଇଁ ନିଷ୍ଠାପର ଭାବେ କର୍ମ କରି ଚାଲିଥିଲେ। ବିଜୟର ମୁକୁଟ ସବୁବେଳେ ସଫଳତା ହୋଇନ ଥାଏ ଏହା ମଧ୍ୟ ଆମକୁ ବୁଝିବା କୁ ପଡ଼ିବ।
Comments
Post a Comment