ମୋ ସରକାର ଗଠନ
ଭାରତର ରାଜନୀତିରେ ପ୍ରତ୍ୟେକ ମୁହୂର୍ତ୍ତରେ ରୋଚକ ଖବର ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଓ ପର୍ଯ୍ୟଲୋଚନ ହୋଇଥାଏ। ଭାରତର ରାଜନୀତିରେ କେତେବେଳେ ଦେଖିବାକୁ ମିଳେ ଜଣକ ଉପରେ ନିର୍ଭର କରେ ସରକାର ଗଢ଼ିବା ତ, କେତେବେଳେ ଜଣେ ଯଦି ଦଳର ହାତ ଛାଡ଼ି ଦିଏ ସରକାର ଭାଙ୍ଗି ଯାଏ। ଏମିତି ଉଦାହରଣ ଭାରତ ରାଜନୀତିରେ ବହୁବାର ଦେଖିବାକୁ ମିଳେ। ଯଦି ଭାରତ ରାଜନୀତି ଇତିହାସର ପୃଷ୍ଠା ଲେଉଟାଇ ଦେଖିବା ଏମିତି ବହୁତ୍ କିଛି ରୋଚକ କଥା ମିଳିବ। କିନ୍ତୁ ଯଦି ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରିବା ଶେଷରେ ପାଇବା ସରକାର ଗଢ଼ିବା ଏବଂ ସରକାରଙ୍କୁ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଜନତାଙ୍କର ଥାଏ। ସବୁ କ୍ଷେତ୍ରରେ ଜନତା ହିଁ ସର୍ବେସର୍ବା ହେଇଥାନ୍ତି କିନ୍ତୁ ଅଧିକାଂଶ ଜନତା ଏହାକୁ ହଲକାରେ ନେଇଥାନ୍ତି। ଆମେ ବାଛିଥିବା ଲୋକପ୍ରତିନିଧି ଙ୍କୁ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଡରି ସେମାନଙ୍କର ସମସ୍ତ କଥାକୁ ମାନିବା ପାଇଁ ଆମେ ପଛ ଘୁଂଚା ଦେଇନଥାଉ। କିନ୍ତୁ ସମ୍ବିଧାନ କିଛି ଓଲଟା କଥା କହିଥାଏ ଜନତା ହିଁ ରାଜନୀତିରେ ଜନାର୍ଦ୍ଦନ ଏବଂ ଶକ୍ତିଶାଳୀ ଅଟନ୍ତି କିନ୍ତୁ ଭାରତ ରାଜନୀତିରେ ହୁଏ ଓଲଟା। ସେଥିପାଇଁ ତ ଭାରତ ରାଜନୀତିରେ ଦେଖିବାକୁ ମିଳେ ବହୁତ୍ କିଛି ରୋଚକ ଦୃଶ୍ୟ, ଯାହାକି କେବେ ପରିକଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ। ପ୍ରାସଙ୍ଗିକ ଭାବେ ଆଲୋଚନା କଲେ ଆମେ ଦେଖିବାକୁ ପାଇଥାଉ ଜଣେ ରାଜନେତାର ପୁଅ କି ଝିଅ ବିନା କୌଣସି ରାଜନୀତିକ ଅଭିଜ୍ଞତା ଓ ଯୋଗ୍ୟତା ନ ଥାଇ ମଧ୍ୟ ପ୍ରଦେଶରେ ପ୍ରଜାଙ୍କ ଶାସିତ କରିଥାନ୍ତି। ସେ ପୁଣି ୫ ବର୍ଷ ନୁହେଁ କାଇଁ କେତେ ବର୍ଷ ପ୍ରଦେଶର ପ୍ରଜା ହିଁ ସେ ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ସୁଯୋଗ ଦେଇ ନିଜର ଭବିଷ୍ୟତକୁ ନଷ୍ଟ କରିଥାନ୍ତି। ମୋ ଦୃଷ୍ଟିକୋଣରୁ ଏହା ହିଁ ସାଧାରଣ ଜନତାଙ୍କର ପ୍ରଥମ ଭୁଲ। ରାଜନୀତି ରେ ସେମିତି କୌଣସି ପ୍ରାବଧାନ ନାହିଁ ଯେ, ଖାଲି ଜଣେ ରାଜନେତା ର ବଂଶଭବ ପ୍ରଜଙ୍କୁ ଶାସିତ କରିବେ, ଆଉ ଜଣେ ସାଧାରଣ ଜନତା ଲୋକପ୍ରତିନିଧି ହୋଇପାରିବ ନାହିଁ। ଯଦି ଆଉ ଏକ ସ୍ବତନ୍ତ୍ର ପ୍ରସଙ୍ଗ ଉପରେ ନଜର ଦେବା ପାଇବା ଭାରତ ରାଜନୀତିରେ ଏକ ଅପପ୍ରଚାର ବା ମିଥ୍ୟା ଖବର ପ୍ରତେକ ସାଧାରଣ ଜନତାଙ୍କ ଦୃଷ୍ଟିକୋଣ କୁ ଏକ ଭ୍ରାନ୍ତ ଧାରଣାରେ ସମ୍ପୂର୍ଣ୍ଣ ଭାବେ ଭାରି ଦେଇଛି। ଭାରତରେ ପ୍ରତ୍ୟେକ ସାଧାରଣ ପରିବାରର ବ୍ୟକ୍ତିବିଶେଷଙ୍କ ଘରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଅଭିଭାବକ ରାଜନୀତିକ ବିଷୟକୁ ଏବଂ କୌଣସି ଏକ ମୁଖ୍ୟ ପ୍ରସଙ୍ଗ ଠାରୁ ସେମାନଙ୍କର ଭବିଷ୍ୟତକୁ ଦୂରେଇ ରଖନ୍ତି। କାରଣ ରାଜନୀତି ଆମ ପାଇଁ ନୁହେଁ ଆଉ ଏହା ଆମର ଭବିଷ୍ୟତ ନୁହେଁ। ଏପରି ଚିନ୍ତାଧାରା ସ୍ଵାଭାବିକ ଭାବେ ପ୍ରତ୍ୟେକ ଅଭିଭାବକଙ୍କ ମନରେ ଅଛି ଯାହାଦ୍ଵାରା ଶିକ୍ଷିତ ଯୁବପିଡି ରାଜନୀତି ଠାରୁ ବହୁ ଦୂରରେ ଥାଏ। ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କାରଣ ଏପରି ଚିନ୍ତାଧାରା ଆଗାମୀ ଭବିଷ୍ୟତ ପିଡି ଙ୍କ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ମଧ୍ୟ ହୋଇପାରେ। ଏହା ସତ୍ୟ ରାଜନୀତି ସମସ୍ତଙ୍କ ଦ୍ଵାରା ହୁଏ ନାହିଁ କିନ୍ତୁ ପ୍ରଚେଷ୍ଟା ଓ ପ୍ରୟାସ ବଳରେ ଜଣେ ସାଧାରଣ ବ୍ୟକ୍ତିବିଶେଷ ରାଜନୀତିରେ ବେଶ ଭଲ ପ୍ରଦର୍ଶନ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ଉଦାହରଣ ସୃଷ୍ଟି କରିପାରିବେ। ଶିକ୍ଷିତ ଯୁବକ ଓ ଯୁବତୀ ରାଜନୀତିରେ ପାଦ ଦେବା ବର୍ତ୍ତମାନ ସମୟରେ ନିହାତି ଆବଶ୍ୟକତା ଅଛି। ରାଜନୀତିର ପରିଭାଷା କୁ ପରିବର୍ତ୍ତନ କରିବା ସହିତ ସମସ୍ତଙ୍କୁ ଆକୁଷ୍ଟ କରାଯିବା ଆବଶ୍ୟକ। ଶିକ୍ଷିତ ଶାସିତ ପ୍ରଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଠାରୁ ଆରମ୍ଭ କରି ସମସ୍ତ ମୌଳିକ ଅଧିକାର ସାବ୍ୟସ୍ତ କରିବା ପ୍ରତ୍ୟେକ ସାଧାରଣ ଶିକ୍ଷିତ ଯୁବପିଡି ଙ୍କ ବୃହତ୍ କର୍ତ୍ତବ୍ୟ ଅଟେ। କିଛି ଆଲୋଚନା ସମସ୍ତ ବିଷୟ ଉପରେ ଅନୁସନ୍ଧାନ କରିବା ପରେ ଜଣା ପଡୁଛି, ଆଗାମୀ ଦିନରେ ରାଜନୀତିର ସଂଜ୍ଞା ଯାହାକି ବହୁ ବର୍ଷ ହେବ କିଛି ଭ୍ରାନ୍ତ ଧାରଣାରେ ସମ୍ପୂର୍ଣ୍ଣ ଭାବେ ବୁଡି ଅଛି ତାହା ବଦଳିବା ପାଇଁ ଯାଉଛି। ଭବିଷ୍ୟତରେ ଅର୍ଥନୀତି ସୃଦୃଢ଼ ହେବା ସହ ଶିକ୍ଷାର ମାନ ବୃଦ୍ଧି ପାଇବ। କିନ୍ତୁ ଏହି ସବୁ ପ୍ରସଙ୍ଗ ସମ୍ଭବ ହେବ ପ୍ରଦେଶର ଶିକ୍ଷିତ ଭବିଷ୍ୟତ ଏବଂ ଅଭିଭାବକଙ୍କ ଦ୍ଵାରା।
Comments
Post a Comment