ଶୀତୁଆ ସକାଳର ପହିଲି ପ୍ରେମ!
ଶୀତ ସକାଳର ପହିଲି ଖରାରେ ନୀରବରେ ବସିଥିଲି, ଏମିତି ଭାବୁ ଭାବୁ ସେହି ପୁରୁଣା ଦିନର କଥା ଗୁଡ଼ା ମନେ ପଡିଗଲା। ଯେତେବେଳେ ମୁଁ ସ୍କୁଲରେ ପଢୁଥାଏ ଏହି ଶୀତରେ ଥୁରୁ ଥୂରୁ ହୋଇ ଉଠି ଚାଲି ଥାଏ ସ୍କୁଲକୁ। ପ୍ରଥମ ଦିନରେ ସେହି ସୁନ୍ଦର୍ ଚେହେରା ଆଉ ସେ ସୁନ୍ଦର୍ ଚେହେରା ଉପରେ ସକାଳର ସେ ହାଲକା ଖରାର ପ୍ରକୋପ ରେ ଆହୁରି ସୁନ୍ଦର ଦିଶୁ ଥାଏ। ହଟାତ ମୋର ଆଖି ସେହି ସୁନ୍ଦର୍ ଚେହେରା ଉପରେ ପଡ଼ିଗଲା ଆଉ ମୁଁ ସେଇଠୁ ମୋର ପ୍ରଥମ ପ୍ରେମର ପ୍ରଥମ ଅନୁଭୂତିକୁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି ମୋର ଏହି ଭୁଲା ମନ ଭିତରେ। ସେ ଦିନ ଥାଏ ଶନିବାର ଆଉ ସକାଳ ସ୍କୁଲ୍ ଯାଉଥାଏ ମୋର ସେ ଦୃଷ୍ଟ ସାଙ୍ଗ ମାନଙ୍କ ସହ ଗପି ଗପି ଯାଉଥିବା ସମୟରେ, ମୋ ମନର ପ୍ରଥମ ସୁନ୍ଦରୀ ସାଇକଲ ରେ ଆସୁଥାଏ, ଆଉ ମୁଁ ତାକୁ ଦେଖି କେତେ ଯେ, ଆଖି ଆଖିରେ କହିଦେଲି ଆଉ ହଁ ସେ ବି ମୋତେ ଦେଖି ମୁରୁକି ହସିଦେଲା ପଛକୁ ଅନାଇ। ସେଦିନ କ୍ଲାସ ରେ କେତେ ଯେ, ମୋତେ ମୋର ସେ ଦୃଷ୍ଟ ସାଙ୍ଗ ମାନେ ଥଟା କରିଛନ୍ତି, ମୋର ପ୍ରଥମ ପ୍ରେମର ପ୍ରେମିକାକୁ ନେଇ, ଆଜି ବି ସେହି କଥା ଭାବିଲେ ଭାରି ହସ ଲାଗେ। ଏମିତି ଅନେଇବା ଆଉ ଅନେଇ ଟିକେ ମୁରୁକି ହସିଦେବା କେତେ ଯେ, ମନକୁ ଆନନ୍ଦ ଦିଏ ସେଇଟା ମୁଁ ହିଁ ଖାଲି ଅନୁଭବ କରିଛି। ହେଲେ ସବୁଦିନ ଏମିତି କରୁ କରୁ ସବୁ କିଛି ବଦଳି ଗଲା ହେଲେ କେବେ, ମୁଁ ମୁଁହ ଖୋଲି କହିପାରିଲି ନାହିଁ, ଯେ ମୁଁ ତତେ ଭଲ ପାଉଛି ଯେବେଠୁ ତୋତେ ଦେଖିଛି...