Posts

ଜୀବନ ମୋର ସରଳ

ପୁରୁଣା କାଳରେ ଏକ ଗାଁରେ ମୋତି ନାମକ ଜଣେ ଗରିବ ଚାଷୀ ରହୁଥିଲା। ତା’ର ଜୀବନ ଥିଲା ଅତି ସାଧାରଣ—ଏକ ଛୋଟ ମାଟିଘର, ଦୁଇଟି ଗାଈ, ଆଉ କ୍ଷେତରେ ଧାନ ଫଳାଇ ପେଟ ପୋଷିବା। ସେ ସବୁବେଳେ ଖାଲି ପାଦରେ ଚାଲୁଥିଲା, ଏକ ଫଟା ଲୁଗା ପିନ୍ଧୁଥିଲା, କିନ୍ତୁ ତା’ର ମୁହଁରେ ସନ୍ତୁଷ୍ଟିର ହସ କେବେ ଲିଭୁ ନଥିଲା। ଗାଁରେ ସମସ୍ତେ ତାକୁ ଭଲ ପାଉଥିଲେ, କାରଣ ସେ ସବୁବେଳେ ସାହାଯ୍ୟ ଓ ଉଦାରତାରେ ବିଶ୍ୱାସ କରୁଥିଲା। ଗୋଟେ ଦିନ ରାଜା ବଳିୟାର ସିଂହ ଗାଁ ଦେଇ ଯାଉଥିଲେ। ତାଙ୍କର ରାଜକୀୟ ସାଜସଜ୍ଜା ଦେଖି ଗାଁର ଲୋକେ ଭିଡ଼ ଜମାଇଲେ। ସୁନାର ମୁକୁଟ, ରେଶମୀ ବସ୍ତ୍ର, ଆଉ ରତ୍ନଖଚିତ ଖଣ୍ଡା ତାଙ୍କୁ ଏକ ଚଳନ୍ତା ଖଜାନା ପରି ଦେଖାଉଥିଲା। ରାଜା ଗାଁର ସାଧାରଣତା ଦେଖି ନାକ କୁଞ୍ଚାଇ କହିଲେ, ଏ ଲୋକମାନେ କେତେ ଅଜ୍ଞାନ! ନୈପୁଣ୍ୟ ଓ ଆଧୁନିକତା ବିନା ଏମାନେ ବଞ୍ଚୁଛନ୍ତି କିପରି?”ମୋତି ଏହା ଶୁଣି ଆଗକୁ ଆସି ନମ୍ର ସ୍ୱରରେ କହିଲା, ମହାରାଜ, ଆମ ଜୀବନ ସରଳ, କିନ୍ତୁ ଏଥିରେ ସୁଖ ଅଛି। ଆମେ ପ୍ରକୃତି ସହ ମିଶି ରହୁଛୁ, ଆଉ ଆମ ଆବଶ୍ୟକତା କମ୍‌। ରାଜା ହସି କହିଲେ, ତୁମେ ଗାଉଁଲି ଲୋକ, ସୌନ୍ଦର୍ଯ୍ୟ ଓ ନୈପୁଣ୍ୟ କ’ଣ ଜାଣିଛ କି? ମୋ ସହ ରାଜଧାନୀ ଚାଲ, ମୁଁ ତୁମକୁ ସତ୍ୟିକାର ଜୀବନ ଦେଖାଇବି।  ମୋତି ରାଜାଙ୍କ ସହ ଗଲା। ରାଜଧାନୀରେ ପହଞ୍ଚି ସେ ଆଶ୍ଚର୍ଯ୍ୟ ହୋଇଗଲା—ଉଚ୍ଚ ଅଟ୍ଟାଳିକା, ବଡ଼ବଡ଼ ବଜାର, ଆଉ ଲୋକମାନଙ୍କ ଜୀବନରେ ଏକ ଅଜଣା ଦୌଡ଼। ରାଜା...

ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ଅଭିବୃଦ୍ଧି ଓ ସରକାରଙ୍କ ଅବହେଳା!

ଓଡ଼ିଶା ରାଜ୍ୟ ସରକାର ଚଳିତ ବର୍ଷ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ପର୍ଯ୍ୟଟନ ବିଭାଗ ପାଇଁ ୮୨୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ (୮୧୭ କୋଟି) ମାତ୍ର ୩ କୋଟି ଟଙ୍କା ଅଧିକ। ଓଡ଼ିଶା ଏକ ଐତିହ୍ୟସମ୍ପନ୍ନ ଓ ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ଆକର୍ଷଣୀୟ ରାଜ୍ୟ ଭାବେ ଦେଶ ତଥା ବିଦେଶରେ ପରିଚିତ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପୁରାତନ ମନ୍ଦିର, ସମୁଦ୍ର ତଟ, ଜଙ୍ଗଲ ଓ ଜୀବବୈଚିତ୍ର୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ତଥାପି, ପର୍ଯ୍ୟଟନ ବିଭାଗ ପାଇଁ ଏତେ ସାମାନ୍ୟ ବଜେଟ୍ ବୃଦ୍ଧି ଏହାର ସମ୍ଭାବନାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଅବହେଳାକୁ ସୂଚାଇଥାଏ ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି। ପର୍ଯ୍ୟଟନ ଓଡ଼ିଶାର ଅର୍ଥନୀତିର ଏକ ପ୍ରମୁଖ ସ୍ତମ୍ଭ ହୋଇପାରେ। ଏହା ରାଜ୍ୟରେ ରୋଜଗାର ସୃଷ୍ଟି, ଆନ୍ତର୍ଜାତୀୟ ପରିଚିତି ଓ ଅବସାଦଗ୍ରସ୍ତ ଅଞ୍ଚଳର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କିନ୍ତୁ ମାତ୍ର ୩ କୋଟି ଟଙ୍କାର ବୃଦ୍ଧି—ଯାହା ମୋଟ ବଜେଟ୍‌ର ଏକ ନଗଣ୍ୟ ଅଂଶ—ଏହା ସୂଚାଇଥାଏ ଯେ ସରକାର ଏହି କ୍ଷେତ୍ରକୁ ଯଥେଷ୍ଟ ଗୁରୁତ୍ୱ ଦେଉନାହାନ୍ତି। ଉଦାହରଣ ସ୍ୱରୂପ, ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ବିକାଶ, ରାସ୍ତାଘାଟ, ଆନ୍ତର୍ଜାତୀୟ ପ୍ରଚାର, ଓ ପର୍ଯ୍ୟଟକଙ୍କ ସ...

ଶୀତୁଆ ସକାଳର ପହିଲି ପ୍ରେମ!

ଶୀତ ସକାଳର ପହିଲି ଖରାରେ ନୀରବରେ ବସିଥିଲି, ଏମିତି ଭାବୁ ଭାବୁ ସେହି ପୁରୁଣା ଦିନର କଥା ଗୁଡ଼ା ମନେ ପଡିଗଲା। ଯେତେବେଳେ ମୁଁ ସ୍କୁଲରେ ପଢୁଥାଏ ଏହି ଶୀତରେ ଥୁରୁ ଥୂରୁ ହୋଇ ଉଠି ଚାଲି ଥାଏ ସ୍କୁଲକୁ। ପ୍ରଥମ ଦିନରେ ସେହି ସୁନ୍ଦର୍ ଚେହେରା ଆଉ ସେ ସୁନ୍ଦର୍ ଚେହେରା ଉପରେ ସକାଳର ସେ ହାଲକା ଖରାର ପ୍ରକୋପ ରେ ଆହୁରି ସୁନ୍ଦର ଦିଶୁ ଥାଏ। ହଟାତ ମୋର ଆଖି ସେହି ସୁନ୍ଦର୍ ଚେହେରା ଉପରେ ପଡ଼ିଗଲା ଆଉ ମୁଁ ସେଇଠୁ ମୋର ପ୍ରଥମ ପ୍ରେମର ପ୍ରଥମ ଅନୁଭୂତିକୁ ଆଜି ପର୍ଯ୍ୟନ୍ତ ସାଇତି ରଖିଛି ମୋର ଏହି ଭୁଲା ମନ ଭିତରେ। ସେ ଦିନ ଥାଏ ଶନିବାର ଆଉ ସକାଳ ସ୍କୁଲ୍ ଯାଉଥାଏ ମୋର ସେ ଦୃଷ୍ଟ ସାଙ୍ଗ ମାନଙ୍କ ସହ ଗପି ଗପି ଯାଉଥିବା ସମୟରେ, ମୋ ମନର ପ୍ରଥମ ସୁନ୍ଦରୀ ସାଇକଲ ରେ ଆସୁଥାଏ, ଆଉ ମୁଁ ତାକୁ ଦେଖି କେତେ ଯେ, ଆଖି ଆଖିରେ କହିଦେଲି ଆଉ ହଁ ସେ ବି ମୋତେ ଦେଖି ମୁରୁକି ହସିଦେଲା ପଛକୁ ଅନାଇ। ସେଦିନ କ୍ଲାସ ରେ କେତେ ଯେ, ମୋତେ ମୋର ସେ ଦୃଷ୍ଟ ସାଙ୍ଗ ମାନେ ଥଟା କରିଛନ୍ତି, ମୋର ପ୍ରଥମ ପ୍ରେମର ପ୍ରେମିକାକୁ ନେଇ, ଆଜି ବି ସେହି କଥା ଭାବିଲେ ଭାରି ହସ ଲାଗେ। ଏମିତି ଅନେଇବା ଆଉ ଅନେଇ ଟିକେ ମୁରୁକି ହସିଦେବା କେତେ ଯେ, ମନକୁ ଆନନ୍ଦ ଦିଏ ସେଇଟା ମୁଁ ହିଁ ଖାଲି ଅନୁଭବ କରିଛି। ହେଲେ ସବୁଦିନ ଏମିତି କରୁ କରୁ ସବୁ କିଛି ବଦଳି ଗଲା ହେଲେ କେବେ, ମୁଁ ମୁଁହ ଖୋଲି କହିପାରିଲି ନାହିଁ, ଯେ ମୁଁ ତତେ ଭଲ ପାଉଛି ଯେବେଠୁ ତୋତେ ଦେଖିଛି...

ଆଜିର ସମୟରେ, ପୁରୁଣା ପ୍ରଥା!

  ମୋର ଜଣେ ବନ୍ଧୁଙ୍କ ସହ କଥା ହେଉଥିଲି, ମୋର ସେ ବନ୍ଧୁଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏମିତି କଥା ହେଉ ହେଉ ଗଞ୍ଜାମ ଜିଲ୍ଲାର ଗାଁ ବିଷୟରେ କୋହୁଥିଲେ। ମୋର ମଧ୍ୟ ପୁରୁଣା ପ୍ରଥା ଓ କଥା ଶୁଣିବା ପାଇଁ ଇଚ୍ଛା ଥିଲା। ସେ ବନ୍ଧୁ ଜଣକ ଏମିତି କିଛି କଥା କହିଲେ ଯାହାକି ମୋତେ ଆଶ୍ଚର୍ଯ୍ୟ ଲାଗିଲା ଯେ, କଣ ଆଜି ବି ଏମିତି ପ୍ରଥା ଚାଲିଛି ବର୍ତ୍ତମାନର ସମୟରେ। ସେ ତାଙ୍କ ଗାଁର ଘଟଣା ବିଷୟରେ କହିଲେ। ଥରେ ତାଙ୍କ ଗାଁରେ ଏକ ଉଚ୍ଚ ଜାତିର ପୁଅ ଏକ ନିଚ୍ଛ ଜାତିର ଝିଆସହ ଲୁଚିକରି ପ୍ରେମ ବିବାହ କରିଥିଲା। ଗାଁରେ ଲୋକମାନଙ୍କ ଭିତରେ କଥାବାର୍ତ୍ତା ଜୋର୍ ଧରିଲା। ଗାଁର ମୁଖିଆଙ୍କ କାନରେ ଏହି କଥା ପଡ଼ିଲା। ଗାଁର ମୁଖିଆ ସଙ୍ଗେ ସଙ୍ଗେ ଏକ ଦେଶ ଡାକିଲେ ( ଅର୍ଥ ଗ୍ରାମସଭା) ଦୁଇ ପରିବାର ଦେଶରେ ଉପସ୍ଥିତ ହେଲେ, ଶେଷରେ ଦେଶରେ ଫୈସାଲା ହେଲା ଯେ, ଗାଁର ପ୍ରଥା ଓ ନିୟମକୁ ଏବଂ ମାନସମ୍ମାନ କୁ ଭାଙ୍ଗିଥିବା ରୁ, ସେହି ଦୁଇ ପରିବାରକୁ ଏକ ଘରୀଆ ( ବାସନ୍ଦ) କରି ଦିଆଯିବ। ଅର୍ଥ ପାଣି, ନିଆଁ ଏବଂ ଲୁଣ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସମସ୍ତ ମୌଳିକ ସୁବିଧାରୁ ନିବୃତ ରଖାଯିବ ଏବଂ ମଧ୍ୟ ସେହି ପରିବାର ସହ ଗାଁର କୌଣସି ଲୋକ କଥାବାର୍ତ୍ତା ମଧ୍ୟ କରିବେ ନାହିଁ। ଦୁଇ ପରିବାରକୁ ୩ ଲକ୍ଷ ଟଙ୍କା ଦେଶକୁ (ଗ୍ରାମସଭା) କୁ ଜରିମାନା ଆକାରରେ ଦେବାକୁ କୁହାଗଲା। ଏମିତି ପ୍ରଥା କିଛି ନୂଆ ନୁହେଁ କିନ୍ତୁ ସମୟ ଅନୁସାରେ ଏହା ବଦଳି ଗଲାଣ...

ମୋ ସରକାର ଗଠନ

 ଭାରତର ରାଜନୀତିରେ ପ୍ରତ୍ୟେକ ମୁହୂର୍ତ୍ତରେ ରୋଚକ ଖବର ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଓ ପର୍ଯ୍ୟଲୋଚନ ହୋଇଥାଏ। ଭାରତର ରାଜନୀତିରେ କେତେବେଳେ ଦେଖିବାକୁ ମିଳେ ଜଣକ ଉପରେ ନିର୍ଭର କରେ ସରକାର ଗଢ଼ିବା ତ, କେତେବେଳେ ଜଣେ ଯଦି ଦଳର ହାତ ଛାଡ଼ି ଦିଏ ସରକାର ଭାଙ୍ଗି ଯାଏ। ଏମିତି ଉଦାହରଣ ଭାରତ ରାଜନୀତିରେ ବହୁବାର ଦେଖିବାକୁ ମିଳେ। ଯଦି ଭାରତ ରାଜନୀତି ଇତିହାସର ପୃଷ୍ଠା ଲେଉଟାଇ ଦେଖିବା ଏମିତି ବହୁତ୍ କିଛି ରୋଚକ କଥା ମିଳିବ। କିନ୍ତୁ ଯଦି ଏହି ପ୍ରସଙ୍ଗକୁ ଅନୁଧ୍ୟାନ କରିବା ଶେଷରେ ପାଇବା ସରକାର ଗଢ଼ିବା ଏବଂ ସରକାରଙ୍କୁ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଜନତାଙ୍କର ଥାଏ। ସବୁ କ୍ଷେତ୍ରରେ ଜନତା ହିଁ ସର୍ବେସର୍ବା ହେଇଥାନ୍ତି କିନ୍ତୁ ଅଧିକାଂଶ ଜନତା ଏହାକୁ ହଲକାରେ ନେଇଥାନ୍ତି। ଆମେ ବାଛିଥିବା ଲୋକପ୍ରତିନିଧି ଙ୍କୁ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ଡରି ସେମାନଙ୍କର ସମସ୍ତ କଥାକୁ ମାନିବା ପାଇଁ ଆମେ ପଛ ଘୁଂଚା ଦେଇନଥାଉ। କିନ୍ତୁ ସମ୍ବିଧାନ କିଛି ଓଲଟା କଥା କହିଥାଏ ଜନତା ହିଁ ରାଜନୀତିରେ ଜନାର୍ଦ୍ଦନ ଏବଂ ଶକ୍ତିଶାଳୀ ଅଟନ୍ତି କିନ୍ତୁ ଭାରତ ରାଜନୀତିରେ ହୁଏ ଓଲଟା। ସେଥିପାଇଁ ତ ଭାରତ ରାଜନୀତିରେ ଦେଖିବାକୁ ମିଳେ ବହୁତ୍ କିଛି ରୋଚକ ଦୃଶ୍ୟ, ଯାହାକି କେବେ ପରିକଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ। ପ୍ରାସଙ୍ଗିକ ଭାବେ ଆଲୋଚନା କଲେ ଆମେ ଦେଖିବାକୁ ପାଇଥାଉ ଜଣେ ରାଜନେତାର ପୁଅ କି ଝିଅ ବିନା କୌଣସି ରା...

ବଜାୟ ସଂଘର୍ଷର ବିଜୟ ମୁକୁଟ

  ଆଜକୁ ପ୍ରାୟ ୨ ବର୍ଷ ତଳର କଥା, ମୁଁ ପ୍ରଥମ କରି ବ୍ରହ୍ମପୁର ସହର ରେଳଷ୍ଟେସନ ରେ ନୂଆ କରି ପାଦ ଥାପିଲି। ମତେ ବ୍ରହ୍ମପୁର ରେଳଷ୍ଟେସନ ନିକଟରୁ ପ୍ରାୟ ୪ କିଲୋମିଟର ଦୂରତାରେ ମୋର ଗନ୍ତବ୍ୟସ୍ଥଳ ଥିଲା। ଯେହେତୁ ନୂଆକରି ଯାଇଥାଏ ରେଳ ଷ୍ଟେସନ ସାମ୍ନାରେ ଅଟୋ ଷ୍ଟାଣ୍ଡ ଥାଏ ମୁଁ ସେଠାକୁ ଯାଇ ଅଟୋ ଚାଳକ ଭାଇ ମାନଙ୍କ ପାଖକୁ ଯାଇ ଉଚ୍ଚ ସ୍ଵରରେ ପଚାରିଲି ଭାଇ ଖୋଡ଼ାସିଂହ କୁ ଯିବେ ସେ ଉତ୍ତର ଦେଲେ ହଁ ଆଜ୍ଞା ଯିବୁ, ମୁଁ ପଚାରିଲି କେତେ ଟଙ୍କା ନେବେ ଉତ୍ତର ଆସିଲା ୩୦୦ ଟଙ୍କା। ମୁଁ କହିଲି ଆଜ୍ଞା ୪ କିଲୋମିଟର ରାସ୍ତାକୁ ଆପଣ ୩୦୦ ଟଙ୍କା ନେବେ, ସେ କହିଲେ ଯିବାର ଅଛି ଯଦି ଯାଅ ନହେଲେ ନାହିଁ। ମୁଁ ଏମିତି ୩ ରୁ ୪ ଜଣଙ୍କୁ ପଚାରିଲି କିନ୍ତୁ ବିଫଳ ହେଲି। କିଛି ସମୟ ପରେ ମୋ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା ମୋବାଇଲ୍ ରେ ଓଲା ଆପ୍ଲିକେସନ ଟି ବ୍ରହ୍ମପୁର ସହରରେ ବ୍ୟବହାର ହେଉଥାଏ। ମୁଁ ସେହି ଆପ୍ଲିକେସନ ବ୍ୟବହାର କରି ଓଲା ଗାଡ଼ି ଚାଲକ ବୁକ୍ କଲି କିଛି ସମୟ ପରେ ଜଣେ ତାଙ୍କ ଆଡୁ କଲ କଲେ କହିଲେ ଭାଇ କେଉଁଠି ଯିବ ମୁଁ ଉତ୍ତର ଦେଲି ଭାଇ ଖୋଡାସିଂ କୁ ଯିବି, ଓଲା ଆପ୍ଲିକେସନ ରେ ୪୦ ଟଙ୍କା ଦେଖଉଥାଏ। ସେ ଓଲା ଗାଡ଼ି ଚାଲକ ଭାଇ ଜଣକ ଆସିଲେ ମୁଁ ତାଙ୍କ ଗାଡ଼ିରେ ବସି ଆମେ ଚାଲିଲୁ ମୋର ଗନ୍ତବ୍ୟସ୍ଥଳ ଆଡ଼କୁ , କିଛି ବାଟ ଯାଇଥାଉ ମୁଁ ସେ ଭାଇଙ୍କୁ ପଚାରିଲି ଭାଇ ଆପଣଙ୍କ ନାଁ କଣ ସେ ଉତ୍ତର ଦେଲେ ବିଜୟ । ବିଜୟର ବୟସ...

ଓଡିଆ ଭାଷା

  ଓଡ଼ିଶାରେ ଅନେକ ଜନଜାତିଙ୍କ ଭାଷା ରହିଛି, ଯେଉଁ ଭାଷାଗୁଡ଼ିକ ଲୋପ ପାଇବାକୁ ବସିଲାଣି କିମ୍ବା ଦ୍ରୁତ ଗତିରେ କମି କମି ଆସୁଛି। ତଥ୍ୟ କହୁଛି ସାରା ବିଶ୍ୱରେ ଭାଷାଗୁଡ଼ିକ ହଜି ହଜି ଯାଉଛି। ସବୁଠାରୁ ବଡ଼ କଥା ହେଲା, ଆଦିବାସୀଙ୍କ ବିକାଶ ପାଇଁ ଯେଉଁ ସରକାରୀ ଉନ୍ନୟନ ସଂସ୍ଥାଗୁଡ଼ିକ ରହିଛି, ସେହି ସଂସ୍ଥାଗୁଡ଼ିକ ଭାଷାକୁ ବଞ୍ଚେଇବା ପାଇଁ ବିଶେଷ ପଦକ୍ଷେପ ନେବା ନିମନ୍ତେ ତାଙ୍କର କାର୍ଯ୍ୟସୂଚୀରେ ନାହିଁ। ସରକାରଙ୍କ ନୀତି ରହିଛି ସମସ୍ତଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା! ସରକାରଙ୍କ ତରଫରୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆର୍ଥିକ ସ୍ତରରେ ଏବଂ ଭାଗୀଦାରି ମାଧ୍ୟମରେ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରୟାସ କରୁଛନ୍ତି। କିନ୍ତୁ ଭାଷାର ଉନ୍ନତି, ଭାଷା ବଞ୍ଚତ୍ବା ପାଇଁ ବିଶେଷ କାର୍ଯ୍ୟକ୍ରମ ହେଉନାହିଁ। ଯଦି ହେଉଛି ତାହା ଫଳପ୍ରଦ ହେଉନାହିଁ। ଯଦିଓ ଭାଷାର ଭବିଷ୍ୟତକୁ ନେଇ ସଠିକ୍‌ ଭାବରେ ଗବେଷଣା ହୋଇପାରିଥାଆନ୍ତା, ତେବେ ଏହାର ପ୍ରଭାବ ଭଲ ପଡ଼ିଥାଆନ୍ତା। ଭାଷା-ଭାଷୀ ସଂଖ୍ୟା ଓ ଐତିହ୍ୟ ଥାଇ ମଧ୍ୟ ଭାଷାସବୁ ସୁରକ୍ଷିତ ନୁହନ୍ତି। ଭାଷାର ଜୀବନ ଶକ୍ତି ରହିଛି, ଭାଷାଭାଷୀଙ୍କର ଭାଷା-ପ୍ରାଣ, ମାନସିକତା ଓ ଭାଷା ପ୍ରତି ପ୍ରତିବଦ୍ଧତାରେ ପ୍ରତିଫଳିତ ହୁଏ। ଆତ୍ମ-ପରିଚୟ ନିଜର ଭାଷା ହିଁ ଦେଇଥାଏ। ଓଡ଼ିଶାରେ ଭାଷାର ବିବିଧତା ଯାହା ରହିଛି, ତାହାକୁ ଆମକୁ ସମୃଦ୍ଧିର ପ୍ରତୀକ ଭାବରେ ଗ୍ରହଣ କରିବାକୁ ପଡ଼ିବ। ଗୋଟଏ ...